You are here

Back to top

Tini Ostad (Paperback)

Tini Ostad Cover Image
$10.00
Usually Ships in 1-5 Days

Description


ସ୍କୁଲରେ ପାଠ ପଢୁଥିବା ତିନିଟି ଭାଇଭଉଣୀଙ୍କର ଦୁଃସାହସିକ କୌତୂହଳର କାହାଣୀ ହେଉଛି 'ତିନି ଓସ୍ତାଦ୍]' । ଓଲ୍]ଟୁ, ପାଲ୍]ଟୁ ଓ ଢୋଲ୍]କି ସ୍କୁଲ୍]ବ୍ୟାଗ୍ ଧରି ପାଠପଢ଼ିବା ଆଳରେ ବଣଭୋଜି କରିବାକୁ ଚାଲିଯାଆନ୍ତି ପାଖ ଜଙ୍ଗଲକୁ । ସେଠାରେ ଭାତ, ଡାଲି, ପରିବା ସିଝାଇ ଅଲଣା ଖେଚୁଡ଼ି ରାନ୍ଧି ମହାଖୁସି । ଭୋକିଲା ପେଟରେ ତିନିଟି ପତରରେ ଖେଚୁଡ଼ି ବାଢ଼ି ଖାଇବସିଲାବେଳକୁ ଭୋକିଲା କୁକୁର ଛୁଆଟିଏ କୁଁ କୁଁ ହୋଇ ପାଖରେ ପହଞ୍ଚେ । ସ୍ନେହରେ, ଦୟାରେ ନିଜ ପତରରୁ ଖାଦ୍ୟ ନେଇ ଆଉ ଗୋଟିଏ ପତ୍ର ବାଢ଼ନ୍ତି କୁକୁରଛୁଆ ପାଇଁ । ହାଲିଆ ହୋଇ ଶୋଇପଡ଼ନ୍ତି । ନିଦ ଭାଙ୍ଗିଲାବେଳକୁ ଜଙ୍ଗଲ ଭିତର କିଟ୍]କିଟ୍ ଅନ୍ଧାର ରାତି । କେମିତି ଘରକୁ ଫେରିବେ? କୁକୁରଟି ବାଟ କଢ଼ାଏ । ସ୍ନେହର ମୂଲ୍ୟ ସେ ବୁଝେ । ସକାଳ ପାହିଲାବେଳକୁ ସେମାନେ ପହଞ୍ଚନ୍ତି ଏକ ଅଜଣା ସହରରେ ।କାରଣ କୁକୁରଟି ସେମାନଙ୍କୁ ବିରୀତ ଦିଗରେ ବାଟ କଢ଼ାଇଥିଲା, ଅନ୍ୟ ଦିଗରେ ବାଘ ମାତିଛି ବୋଲି । ଏଇଠାରୁ ଆରମ୍ଭ ହୁଏ ତିନି ଭାଇଭଉଣୀ ଓ କୁକୁର ବାହାଦୁର୍]ର ଦୁଃସାହସିକ ଯାତ୍ରା । ଡକାୟତ ଆଡ୍]ଡ଼ା, ସମୁଦ୍ର ଯାତ୍ରା ଏବଂ ଏକ ଅଜଣା ଦ୍ୱୀପରେ ପହଞ୍ଚିଚ ମଣିଷଖିଆ ମଣିଷଙ୍କୁ ଭେଟି କିରି ବିଭିନ୍ନ ସମସ୍ୟାର ସମାଧାନ କରିଛନ୍ତି ତାରି ବର୍ଣ୍ଣନା କାହାଣୀଟିକୁ କରିଛି ଅତ୍ୟନ୍ତ ରୋମାଞ୍ଚକର ଓ ଶିଶୁ ମନଲୋଭା । ସେହି ଦ୍ୱୀପର ମଣିଷମାନଙ୍କୁ ସେମାନେ ଶିକ୍ଷିତ କରିଛନ୍ତି । ନୂଆ ସମାଜଟିଏ ଗଢ଼ିଉଠିଛି । ଫଳ ଫୁଲରେ ଭରା ଦ୍ୱୀପଟିର ନାମ ଦେଇଛନ୍ତି 'ସବୁଜ ଦ୍ୱୀପ' । ଶେଷରେ ବାହାଦୁରର ଦୁଃସାହସ ଓ ବୁଦ୍ଧି ପାଇଁ ଗୋଟିଏ ଜାହଜ ସବୁଜ ଦ୍ୱୀପ ନିକଟରେ ପହଞ୍ଚିଛି । ସେମାନେ ଗୋଟାଏ ବନ୍ଧୁଦ୍ୱୀପରୁ ବିଦାୟ ନେଇ ଫେରିଛନ୍ତି ନିଜ ଦେଶକୁ । ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି ତାଙ୍କ ଦେଶକୁ ଆ ଏହି ପୁସ୍ତିକାରେ ଅଛି ଦେଶପ୍ରେମ, ପ୍ରକୃତିପ୍ରେମ, ପଶୁପ୍ରେମ-ଜୀବେଦୟା, ମଣିଷ ପ୍ରତି ବିଶ୍ୱାସ, ସାକ୍ଷରତା ଅଭିଯାନ ଏବଂ ଜ୍ଞାନବିଜ୍ଞାନର ସରଳ କାହାଣୀ ।


Product Details
ISBN: 9781645602088
ISBN-10: 1645602087
Publisher: Black Eagle Books
Publication Date: August 15th, 2021
Pages: 122
Language: Oriya